ଦଧିବାମନ ଜୀଉ ଙ୍କ ପୀଠରେ ଅକ୍ଷୟ ତୃତୀୟା ଓ ଚାପ ଖେଳ ଅନୁଷ୍ଠିତ

Spread the love

ନିଶ୍ଚିନ୍ତକୋଇଲି: ଅକ୍ଷୟତୃତୀୟା ଅବସରରେ ପରମ୍ପରା ଅନୁଯାୟୀ ଅସୁରେଶ୍ୱର ପଞ୍ଚାୟତ କୋଇଲୋ ଗ୍ରାମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜୀଉଙ୍କ ମନ୍ଦିରରେ ଅକ୍ଷୟତୃତୀୟା ନୀତିକାନ୍ତି ଯଥାବିଧି ଅନୁଷ୍ଠିତ ହୋଇଯାଇଛି । ସୁସୁଜ୍ଜିତ ବିମାନରେ ପ୍ରଭୁ ଶ୍ରୀ ଶ୍ରୀ ମଦନମୋହନ ଓ ମା ଲକ୍ଷ୍ମୀ ଠାକୁରାଣୀ ଚଳିତ ବର୍ଷ ରଥଯାତ୍ରା ନିମନ୍ତେ ରଥଖଳାରେ ପହଞ୍ଚି ରଥକାଠ ଅନୁକୂଳ କରିଥିଲେ । ପରେ ଚନ୍ଦନଯାତ୍ରା ପାଇଁ ବିମାନରେ ଯାଇ ଚନ୍ଦନ ପୁଷ୍କରିଣୀ ପାଖରେ ଥିବା ବିଶ୍ରାମ ଟୁଙ୍ଗୀରେ ବିଜେ କରି ବିଶ୍ରାମ ନେଇଥିଲେ । ବିଶ୍ରାମ ଟୁଙ୍ଗୀରେ ଚଳିତବର୍ଷ ରଥଯାତ୍ରା ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଦେବେନ୍ଦ୍ରନାଥ ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରସ୍ତୁତି ବୈଠକରେ ଗତବର୍ଷର ରଥଯାତ୍ରା ଏବଂ ଅନ୍ୟ ଉତ୍ସବର ଆୟବ୍ୟୟ ଖର୍ଚ୍ଚର ସମସ୍ତ ବିବରଣୀ ରମେଶଚନ୍ଦ୍ର ମିଶ୍ର ବୈଠକରେ ଉପସ୍ଥାପନ କରିଥିଲେ । ଏହାପରେ ମହାପ୍ରଭୁ ମଦନମୋହନ ଓ ମା ଲକ୍ଷ୍ମୀଙ୍କୁ ଚନ୍ଦନ ପୁଷ୍କରିଣୀରେ ପୂଜକମାନେ ବିଜେ କରାଇଥିଲେ । ପ୍ରଥମ ଦିନ ଏକ ଥର ପୁଷ୍କରିଣୀରେ ଚାପ ଖେଳାଯାଇଥିଲା । ଏହି ଚନ୍ଦନଯାତ୍ରା ୨୧ଦିନ ଧରି ଚାଲିବ ବୋଲି ସଭାପତି ଦେବେନ୍ଦ୍ରନାଥ ଖୁଣ୍ଟିଆ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *