
କଣ୍ଟାବାଞ୍ଜି, ବିଗତ କିଚ୍ଛି ଦିନ ତଳେ ରାଜ୍ୟର ବଡ଼ ମେଡିକାଲ ରେ ନିଆଁ ଲାଗିବା ଘଟଣା ଓ ସାରା ରାଜ୍ୟ ସହ ବିଧାନସଭାରେ ଚର୍ଚା ବିଷୟ ହୋଇଥିବା ବେଳେ ଚିକିତ୍ସାଳୟରେ ରୋଗୀଙ୍କ ସୁରକ୍ଷା ପାଇଁ ରାଜ୍ୟ ତତ୍ପରତା ଦେଖାଉ ଥିବା ବେଳେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀ ଚିକିତ୍ସାଳୟରେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଗ୍ନିଶମ ବିଭାଗ ଅଧିକାରୀ ଶକ୍ତି ପ୍ରସାଦ ନାୟକଙ୍କଉପସ୍ଥିତିରେ ସ୍ଵାସ୍ଥ୍ୟକେନ୍ଦ୍ରର ସୁରକ୍ଷାକର୍ମୀ ଓ ଅନ୍ୟ କର୍ମଚାରୀଙ୍କୁତାଲିମ ଦିଆଯାଇଥିଲା । ଅଗ୍ନିକାଣ୍ଡ ହେଲେ କିଭଳି ରୋଗୀଙ୍କୁ ସୁରକ୍ଷିତବାହାରକୁ ନିଆଯିବ ସେନେଇ ମକ୍ଲ ମାଧ୍ୟମରେ ବୁଝାଯାଇଥିଲା |ସୁରକ୍ଷାକର୍ମୀ ଏମ୍ସିଏଚ୍ କୋଠାରେ ଲାଗିଥିବା ଅଗ୍ନି ନିରାପତ୍ତାଉପକରଣ ଗୁଡିକ କେମିତି ବ୍ୟବହାର କରିବେ ସେନେଇ ମଧ୍ୟବୁଝାଇଥିଲେ । ହଠାତ ନିଆଁ ଲାଗିଲେ କ’ଣ ସବୁ ପଦକ୍ଷେପ ନିଆଯିବ ସେନେଇ ଅଧିକାରୀ ଶ୍ରୀ ନାୟକ ବୁଝାଇଥିଲେ। ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ସାମିଲ ଥିବା ବେଳେ ଡାକ୍ତର ମଧ୍ୟରେ ମେଡିକାଲ ଇଂଚାର୍ଜ ଡା. ରାକେଶ ପଣ୍ଡିତ ଉପସ୍ଥିତ ଥିଲେ।



Leave a Reply