
କଣ୍ଟାବାଞ୍ଜି, ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଖାଇବଡ଼ି ଗାଁର ଉପେନ୍ଦ୍ର ପରାଭୁଏ(୩୫)। ପୁଲିସ ସୂଚନା ଅନୁସାରେ, ଗତ ଏପ୍ରିଲ୬ ତାରିଖ ତୁରେକେଲା ଥାନା ଅଞ୍ଚଳର ଜଣେନାବାଳିକା ନିଖୋଜ ଥିବା ନେଇ ଥାନାରେଅଭିଯୋଗ ହୋଇଥିଲା ।ଏନେଇ ପୁଲିସ ଏକ ମାମଲା ୬୭/୨୦୨୬ ରୁଜୁକରି ତଦନ୍ତ ଜାରି ରଖିଥିଲା। ତେବେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତେବେ ଅଭିଯୁକ୍ତ ଉପେନ୍ଦ୍ର ପୂର୍ବରୁ ତୁରେକେଲା ଥାନା ବଡ଼ଡକଳାଗାଁରେ ବିବାହ କରିସାରିଥିବା ବେଳେ ତା’ର ଦୁଇଟି ସନ୍ତାନ ରହିଥିବା ପୋଲିସ ସୂଚନା ଦେଇଛି। ଏନେଇ ଅଭିଯୁକ୍ତକୁ ବଲାଙ୍ଗୀର ପୋସ୍କୋ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।



Leave a Reply